
ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଏବେ ତାଙ୍କ ଫାର୍ମ ହାଉସରେ ସମୟ ବିତାଉଛନ୍ତି । ଲକଡାଉନ ଆରମ୍ଭରୁ ହିଁ ସେ ତାଙ୍କ ଫାର୍ମ ହାଉସରେ ରହୁଛନ୍ତି । ସୋସିଆଲ ମିଡିଆରେ, ସେଠାରୁ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି, ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ସେ ପୁଣି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବାଛୁରୀକୁ ଚରାଇ ଘାସ ଖୁଆଉଥିବା ନଜର ଆସୁଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଧର୍ମେନ୍ଦ୍ର ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଏକ ବାଛୁରୀକୁ ଦଉଡିରେ ବାନ୍ଧି ଧରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ‘ବନ୍ଧୁମାନେ ମୋର ପୂର୍ବ ପୋଷ୍ଟରେ ଆପଣମାନଙ୍କ ଏତେ ଭଲପାଇବା ଓ ପ୍ରତିକ୍ରିୟା ପାଇଁ ଆପଣ ସମସ୍ତଙ୍କୁ ଢେର ସାରା ଭଲ ପାଇବା ।
ପ୍ରକାଶ ଥାଉକି, ଅଭିନେତା ଧର୍ମେନ୍ଦ୍ର, କିଛି ଖାସ ଅବସରରେ ମୁମ୍ବାଇ ଯାଉଛନ୍ତି ପୁଣି ଫେରି ଆସୁଛନ୍ତି । ସେ ଅଧିକରୁ ଅଧିକ ସମୟ ତାଙ୍କ ଫାର୍ମ ହାଉସରେ ସମୟ ବିତାଉଛନ୍ତି । ଲକଡାଉନ ଆରମ୍ଭରୁ ହିଁ ସେ ସେଠାରେ ରହୁଛନ୍ତି । ବେଶ ଆକର୍ଷଣୀୟ ରହିଛି ତାଙ୍କର ଫାର୍ମ ହାଉସ ।
