ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜା ଗତ ସୋମବାର ଦିନ ବୈଭବ ରେଖିଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । ବିବାହ ପରେ ପରେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଥିଲା । ବର-ବଧୂ ବେଶରେ ଦୁହେଁ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଥିଲେ । ହେଲେ ସବୁଠାରୁ ଖାସ୍ କଥା ହେଲା ,ଦୀୟା ଏବଂ ବୈଭବଙ୍କ ବିବାହ କୌଣସି ପୁରୁଷ ପଣ୍ଡିତ ନୁହଁନ୍ତି ବରଂ ଜଣେ ମହିଳା ପଣ୍ଡିତ୍ କରିଥିଲେ ।
ବିବାହର ଫଟୋ ସେୟାର କରି ଦୀୟା ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ, ‘ପ୍ୟାର୍ ଏକ୍ ସମ୍ପୂର୍ଣର୍ ଚକ୍ର ହେ ଜୈସେ ହମ୍ ଘର୍ କେହେତେ ହେ । ଇସ୍କି ପୁକାର୍ କି ସୁନ୍ନା ,ଇସ୍କେ ଲିଏ ଦର୍ୱାଜା ଖୋଲ୍ନା ଔର୍ ଫିର୍ ଇସ୍ସେ ମୁଲାକାତ୍ କର୍ନା ଭି କିତ୍ନା ଯାଦୁଇ ହେ ‘ ।
କେବଳ ଏତିକି ନୁହେଁ ସେ ଆହୁରି ଲେଖିଛନ୍ତି ଯେ’ ଖୁଦ୍ କୋ ସମ୍ପୂର୍ଣ୍ଣ ହୋ ଜାନେ କେ ଇସ୍ ପଲ୍ ମେଁ ଆପ୍କେ ସାଥ୍ ସାଝା କର୍ ରହି ହୁଁ... ମେରା ପରିୱାର୍ ବଢ୍ ଗୟା ହେ । ଇଶ୍ୱର୍ କରେ ହର୍ ଟୁକ୍ଡେ କା ଉସ୍କା ପୁରକ୍ ଟୁକ୍ଡା ମିଲ୍ ଯାଏ ,ସଭି ଅଧୁରୀ ଦିଲ୍ ପୁରେ ହୋ ଯାଏ ଔର୍ ଇସ୍କ୍କା ଯାଦୁ ହମାରେ ଇର୍ଦ-ଗିର୍ଦ ଘଟିତ୍ ହୋତା ରହେ ‘ ।
ଫଟୋରେ ମହିଳା ପଣ୍ଡିତ ତାଙ୍କ ବିବାହର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହା ଦେଖିବା ପରେ ଏହି ଫଟୋରେ ୟୁଜର୍ସ ମାନେ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୂଜର୍ସ ଲେଖିଛନ୍ତି ଯେ, ‘ମହିଳା ପଣ୍ଡିତ୍ ଜୀ ପ୍ରଥମ ଥର ଦେଖୁଛି’ । ଠିକ୍ ସେମିତି ଅନ୍ୟଜଣେ ୟୂଜର୍ସ ଲେଖିଛନ୍ତି ଯେ, ‘ ଯଦି ମୁଁ ଭୂଲ ନାହିଁ ତ ୟେ ମହିଳା ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ‘ ।