ରିପୋର୍ଟ ମୁତାବିକ୍, ୧୫ ଫେବୃୟାରୀରେ ସେ ପୁଣି ଥରେ ନୂଆ ରୂପରେ ତାଙ୍କ ଜୀବନ ଗଢିବାକୁ ଯାଉଛନ୍ତି । ସେ ଜଣେ ବିଜନେସମ୍ୟାନଙ୍କୁ ବିବାହ କରିବେ । ହେଲେ ଏହାକୁ ନେଇ ଏବେ ଯାଏଁ କୌଣସି ଅଫିସିଆଲି ବୟାନ ଆସିନାହିଁ । ଏହି ଖବରକୁ ନେଇ ଏବେ ବେଶ ଚର୍ଚ୍ଚା ଲାଗି ରହିଛି ।
ପ୍ରକାଶ ଥାଉକି, ୨୦୧୯ରେ ଦିୟା ମିର୍ଜା ତାଙ୍କ ସ୍ୱାମୀ ସାହିଲ ସାଙ୍ଗାଙ୍କୁ ଛାଡପତ୍ର ଦେବାର ଖବର ଦେଇଥିଲେ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହେବା କଥା ସେୟାର କରିଥିଲେ । ୨୦୧୪ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିଛି ବର୍ଷର ବୈବାହିକ ଜୀବନ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇ ଛାଡପତ୍ର ଦେଇଥିଲେ ।