ନୂଆଦିଲ୍ଲୀ : ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀୟା ମିର୍ଜା । ସେ ତାଙ୍କର ପ୍ରେମିକ ବୈଭବ ରେଖିଙ୍କୁ ଜୀବନ ସାଥି କରିବାକୁ ଯାଉଛନ୍ତି । ଦୀୟାଙ୍କର ପ୍ରୀ-ୱେଡିଙ୍ଗ ସେରେମୋନି ଆରମ୍ଭ ହୋଇଯାଇଛି । ସେ ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି ।
ହାତରେ ମେହେନ୍ଦୀ ଲାଗିଥିବା ଏକ ଫଟୋ ସେୟାର କରି ,ଦୀୟା କ୍ୟାପସନରେ ଲେଖିଛନ୍ତି ଯେ, ‘ପ୍ୟାର’ । ଏହା ପ୍ରଥମ ଥର ଯାହା ଦୀୟା ମିର୍ଜା ତାଙ୍କ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭକାମନା ମଧ୍ୟ ଜଣାଉଛନ୍ତି ।
ଦୁଇ ଦିନ ପୂର୍ବରୁ ହିଁ ଦୀୟା ମିର୍ଜାଙ୍କ ବିବାହକୁ ନେଇ ଖୁଲାସା ହୋଇଥିଲା । ସେତେବେଳେ ମଧ୍ୟ ଦୀୟା ଏହାକୁ ନେଇ କୌଣସି କଥା କହିନଥିଲେ ।
ଏକ ୱେବସାଇଟର ଖବର ଅନୁଯାୟୀ, ଦୀୟାଙ୍କ ବିବାହରେ ୫୦ ଲୋକ ସାମିଲ ହେବେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ତାଙ୍କ ବିବାହ ହେବ ଏବଂ ଏହା ପୂର୍ବରୁ ସେମାନେ ରେଜେଷ୍ଟ୍ରି ମ୍ୟାରେଜ୍ ମଧ୍ୟ କରିବେ । ବୈଭବ ରେଖି ହେଉଛନ୍ତି ମୁମ୍ବାଇର ଜଣେ ବିଜନେସମ୍ୟାନ୍ । ବୈଭବ ଏବଂ ଦୀୟା ବିଗତ କିଛି ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ ।