ଏଭଳି ପରିସ୍ଥିତିରେ ଭିକି ସଲମାନଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ସଲମାନ ଖାନ ତାଙ୍କୁ ଅଣଦେଖା କରି କିଛି ସେକେଣ୍ଡ କଥାବାର୍ତ୍ତା କରିବା ପରେ ସେଠାରେ ଚାଲିଯାଆନ୍ତି। ଭିଡିଓ ଦେଖିଲେ ଲାଗୁଛି କି ଯେପରି ସଲମାନ ଭିକିଙ୍କୁ ଚିହ୍ନିପାରୁନାହାନ୍ତି। ଏହି ଭିଡିଓକୁ ଦେଖିବାକୁ ପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ, ଭିକିଙ୍କୁ ଜଣେ ସାଧାରଣ ଲୋକ ଭଳି ବ୍ୟବହାର କରାଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ବଲିଉଡ ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ଆଇଆଇଏଫଏ ୨୦୨୩ ପାଇଁ ଆବୁଧାବିରେ ଅଛନ୍ତି। ଏହି ଆଓ୍ୱାର୍ଡର ଆୟୋଜିତ କାର୍ଯ୍ୟକ୍ରମରେ ଅଭିଷେକ ବଚ୍ଚନ, ଭିକି କୌଶଲ, ଫରାହ ଖାନ ଏବଂ ରାଜକୁମାର ରାଓ ମଧ୍ୟ ଯୋଗ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: