ଗତ କିଛି ଦିନ ଧରି ତାଙ୍କ ଦେହ ଖରାପ ଥିବାରୁ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଦେହାନ୍ତ ଘଟିଛି। ଏଖବରରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।
୧୯୪୪ ମସିହାରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଦିଲ୍ଲୀପ କୁମାର । ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଜୁଆର ଭଟ୍ଟା । ତାପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ । 'ମୁଗଲ-ଇ-ଆଜମ', 'ଦେବଦାସ', 'ନୟା ଦୌର', 'ରାମ ଔର ଶ୍ୟାମ', 'କ୍ରାନ୍ତି', 'ଗଙ୍ଗା ଯମୁନା', 'କର୍ମା' ଭଳି ଅନେକ ସୁପର ଡୁପର ହିଟ୍ ଫିଲ୍ମ କରିଥିଲେ । ପାଖିପାଖି ୬୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଦିଲ୍ଲୀପ କୁମାର । ୧୯୯୮ରେ ରିଲିଜ 'କିଲା' ଥିଲା ତାଙ୍କ ଅଭିନୀତ ଶେଷ ଫିଲ୍ମ । ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଅପାସୋରା ଅଭିନୟ ସବୁବେଳେ ତାଙ୍କୁ ଦର୍ଶକଙ୍କ ହୃଦୟରେ ଅମର କରି ରଖିବ । ମନେ ରହିବେ ଟ୍ରାଜେଡି କିଙ୍ଗ ।