ବଲିଉଡ ଅଭିନେତ୍ରୀ ଦିଶା ପାଟନିଙ୍କୁ କିଏ ବା ନଜାଣେ । କେତେବେଳେ ନିଜ ଫିଲ୍ମକୁ ନେଇ ତ, ପୁଣି କେତେବେଳେ ଅଭିନେତା ଟାଇଗର ଶ୍ରଫଙ୍କ ସହ ରିଲେସନସିପକୁ ନେଇ ସେ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ପୁଣି ଥରେ ଏହି ଦୁଇ ସେଲିବ୍ରେଟିଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । କାହିଁକି ନାଁ, ନିକଟରେ ଦୁହେଁ ବିଳମ୍ବିତ ରାତିରେ ମୁମ୍ବାଇ ରାସ୍ତାରେ ସ୍ପଟ ହୋଇଛନ୍ତି । ପୁଲିସ ଦୁହିଁଙ୍କୁ ଅଟକାଇ, ପଚରାଉଚୁରା କରିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଟାଇଗର ଶ୍ରଫ୍ ଏବଂ ଦିଶା ପାଟନୀ ବାନ୍ଦ୍ରାରେ ଜିମ୍ ସେସନ ପରେ ଡ୍ରାଇଭରେ ବାହାରିଥିଲେ । ଡ୍ରାଇଭରେ ଯାଇଥିବା ସମୟରେ ପୁଲିସ ତାଙ୍କୁ ଅଟକାଇଥିଲେ । ଏହି ସମୟରେ ଦିଶା ଗାଡିର ଆଗ ସିଟରେ ଏବଂ ଟାଇଗର ପଛ ସିଟରେ ବସିଥିବା ନଜର ଆସିଥିଲେ । ପୁଲିସ ତାଙ୍କର ଆଧାର କାର୍ଡ,ଲାଇସେନ୍ସ, ସମେତ ଅନ୍ୟ ଦସ୍ତାବିଜର ଯାଂଚ କରିବା ପରେ ତାଙ୍କୁ ଛାଡିଥିଲେ ।