ନୂଆଦିଲ୍ଲୀ : ନିଜ ହସରେ ଲକ୍ଷଲକ୍ଷ ଲୋକଙ୍କ ହୃଦୟ ଜିତୁଥିବା ଅଭିନେତ୍ରୀ ଦିଶା ପାଟନି , ନିଜ ଅଭିନୟ ସହିତ ଫିଟନେସକୁ ନେଇ ବେଶ ଜଣାଶୁଣା । ପରଦାରେ କେବଳ ସେ ଅଭିନୟ କରିନଥାନ୍ତି, ବରଂ ଅଭିନୟ ସହିତ ଖତରନାକ୍ ଷ୍ଟଣ୍ଟ କରୁଥିବା ମଧ୍ୟ ନଜର ଆସନ୍ତି ସେ । ନିକଟରେ ସେ ଏମିତି ହିଁ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ କେବଳ ଫ୍ୟାନ୍ସ ନୁହଁନ୍ତି , ବରଂ ଅଭିନେତା ଟାଇଗର୍ ଶ୍ରଫ୍ଙ୍କର ମଧ୍ୟ କମେଣ୍ଟ ଆସିଛି ।
ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ଦିଶା ପାଟନି । ତାଙ୍କର ଭିଡିଓ ଏବଂ ଫଟୋ ସେୟାର ହେବା ମାତ୍ରେ , ଭାଇରାଲ ହେବାରେ ଲାଗିଥାଏ । ନିକଟରେ ଦିଶା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ବେଶ କମେଣ୍ଟ ଦେବାରେ ଲାଗିଛନ୍ତି ।
କେବଳ ଫ୍ୟାନ୍ସ ନୁହଁନ୍ତି , ଅଭିନେତା ଟାଇଗର ଶ୍ରଫ୍ ଏହି ଭିଡିଓରେ ଦେଇଥିବା କମେଣ୍ଟ ମଧ୍ୟ ସାମ୍ନାକୁ ଆସିଛି । ସେ ଲେଖିଛନ୍ତି ଯେ,’ ୱାଃ! କାସ୍ ମୁଁ ଏମିତି କରି ପାରନ୍ତି’ । ପ୍ରକାଶ ଥାଉକି, ଟାଇଗର ଶ୍ରଫ୍ ଫିଲ୍ମରେ ତାଙ୍କର ଜବରଦସ୍ତ ଷ୍ଟଣ୍ଟ ପାଇଁ ବେଶ ପରିଚିତ । ଠିକ୍ ସେହିଭଳି, ଦିଶା ପାଟନି ମଧ୍ୟ ଷ୍ଟଣ୍ଟ କରିବା ମାମଲାରେ କାହାଠାରୁ ପଛରେ ନୁହଁନ୍ତି । ଦୁହେଁ ସୋସିଆଲ ମିଡିଆରେ ପ୍ରାକ୍ଟିସ୍ ସେସନ୍ ଭିଡିଓ ମଧ୍ୟ ଅପଲୋଡ କରୁଥିବା ଦେଖିବାକୁ ମିଳେ ।