୨୦୧୯ ମସିହା ୨୨ ଡିସେମ୍ବରରେ ଦିବ୍ୟା ତାଙ୍କ ପ୍ରେମିକ,ଗଗନ୍ଙ୍କୁ ବିବାହ କରିଥିଲେ । ଦୁହେଁ ଦୁହିଁଙ୍କୁ ଦୀର୍ଘ ୫ ବର୍ଷ ଧରି ଡେଟ୍ କରୁଥିଲେ । ଏତେ ଦିନ ରିଲେସନସିପ୍ରେ ରହିବା ପରେ ,ଦୁହେଁ ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ସୂଚନାଯୋଗ୍ୟ : ଘର ଲୋକଙ୍କ ଅରାଜି ସତ୍ୱେ ଗଗନଙ୍କୁ ବିବାହ କରିଥିଲେ ଦିବ୍ୟା । ତାଙ୍କ ବିବାହରେ ଖୁବ୍ ଅଳ୍ପ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ବିବାହ ପରେ ଦିବ୍ୟା ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ‘ମୁଁ ଏକ ସାଧାରଣ ବିବାହ ଚାହୁଁଥିଲି । ଏଥିପାଇଁ ଆମର ଏହି ସ୍ପେଷାଲ ସେଲିବ୍ରେସନରେ କେବଳ ନିକଟ ସମ୍ପର୍କୀୟ ହିଁ ସାମିଲ ହୋଇଥିଲେ’ । ଏହା ସହିତ ତାଙ୍କ ବିବାହରେ ତାଙ୍କ ପରିବାର ସାମିଲ ହୋଇ ନଥିବାରୁ ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ,’ ମୁଁ ବହୁତ୍ ଦୁଃଖିତ ଥିଲି । କାହିଁକି ନାଁ ଆମ ବିବାହରେ ମୋ ପରିବାରର କେହି ସାମିଲ ହୋଇନଥିଲେ ।