ସୂଚନାଯୋଗ୍ୟ : ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା । ଅକ୍ସିଜେନ୍ ଲେବୁଲ ତାଙ୍କର କମିଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାଭିତରେ ସେ କିଛି ଦିନ ଜୀବନ-ମରଣ ସହିତ ଲଢିଥିଲେ । କିନ୍ତୁ ଏ ଲଢେଇରେ ସେ ଆଜି ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ।
ଚିରନିଦ୍ରାରେ ଅଭିନେତ୍ରୀ ଦିବ୍ୟା

ନୂଆଦିଲ୍ଲୀ : ଆରପାରିକୁ ଚାଲିଗଲେ ଟିଭି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର । ଗତ କିଛି ଦିନ ଧରି ଭେଣ୍ଟିଲେଟରରେ ଜୀବନ ମରଣ ସହିତ ସଂଘର୍ଷ କରୁଥିଲେ ସେ । ୩୪ ବର୍ଷ ବୟସରେ ଦିବ୍ୟା ଆଜି ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା ହେହେଲାତା ହେ’ରେ ଗୁଲାବୋ ଭୂମିକାରେ ଅଭିନୟ କରିଥିଲେ ଏହି ଅଭିନେତ୍ରୀ । କିଛି ଦିନ ପୂର୍ବରୁ ସେ କରୋନା ଭାଇରସର ଶିକାର ହୋଇ ମୁମ୍ବାଇର ଏସ୍ଆରଭି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
Download Argus News App
