
ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟ ଦୃଷ୍ଟି ଫେମ ଅଭିନେତ୍ରୀ Sana Sayyad । ଶୁକ୍ରବାର ଦିନ ସେ ତାଙ୍କର ବୟଫ୍ରେଣ୍ଡ Imaad Shamsi ଙ୍କୁ ନିଜର ଜୀବନ ସାଥି କରିଛନ୍ତି । ସନା ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ପରିବାର ସଦସ୍ୟଙ୍କ ସମେତ, ଅଳ୍ପ କିଛି ବନ୍ଧୁ ବାନ୍ଧବ ତାଙ୍କ ବିବାହ ଉସ୍ବବରେ ସାମିଲ ହୋଇଥିଲେ ।
ବିବାହ ଫଟୋରେ ଏକଦମ ସିମ୍ପୁଲ ଲୁକରେ ମଧ୍ୟ, ବଧୂ ବେଶରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ସନା । ଅଫ୍ ହ୍ବାଇଟ ଏବଂ ବ୍ରାଉନ କଲର ଲେହେଙ୍ଗା ସାଙ୍ଗକୁ ,ଡାଇମଣ୍ଡ ଗହଣା ତାଙ୍କ ଲୁକକୁ ଆହୁରି ଆକର୍ଷଣୀୟ କରୁଛି । ସନାଙ୍କୁ ମ୍ୟାଚିଂ କରି ପିନ୍ଧିଥିବା ସେରଓ୍ବାନୀରେ ତାଙ୍କ ପତି ଇମାଦ ମଧ୍ୟ କିଛି କମ ହ୍ୟାଣ୍ଡସମ ଲାଗୁ ନାହାଁନ୍ତି । ତାଙ୍କ ବିବାହ ଖବର ପାଇବା ପରେ, ସମସ୍ତେ ତାଙ୍କୁ ଶୁଭକାମନା ଜଣାଉଛନ୍ତି ।
