ଖବର ଅନୁଯାୟୀ, କାର୍ତ୍ତିକ୍ ଫିଲ୍ମ’ଦୋସ୍ତାନା-୨’ର ୨୦ ଦିନର ସୁଟିଂ କରି ସାରିଥିଲେ । ଆଗାମୀ ସିଡ୍ୟୁଲ ପାଇଁ ତାଙ୍କୁ ଲଣ୍ଡନରେ ସୁଟିଂ କରିବାର ଥିଲା । ହେଲେ ତାଙ୍କୁ ସେକେଣ୍ଡ ହାଫର ସ୍କ୍ରିପ୍ଟ ପସନ୍ଦ ଆସୁନଥିଲା । ଏହି କାରଣ ପାଇଁ ତାଙ୍କୁ କରନ୍ ଜୋହାର ଫିଲ୍ମରୁ ବାହାର କରିବା ସହିତ , ଇନଷ୍ଟାଗ୍ରାମରୁ ଅନଫଲୋ ମଧ୍ୟ କରିଛନ୍ତି । ଧର୍ମା ପ୍ରଡକ୍ସନ ତରଫରୁ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କାର୍ତ୍ତିକ୍ଙ୍କୁ ଫିଲ୍ମ’ଦୋସ୍ତାନା-୨’ରୁ ବାହାର କରି ଦିଆଯାଇଥିବା ନେଇ ଘୋଷଣା ହୋଇଛି । ଅନ୍ୟପଟେ ଏହି ଫିଲ୍ମ ପାଇଁ ପୁଣି ଥରେ କାଷ୍ଟିଂ କରାଯିବ ବୋଲି କୁହାଯାଇଛି ।
ଫିଲ୍ମ ‘ଦୋସ୍ତାନା-୨’ରୁ ଆଉଟ ହେଲେ କାର୍ତ୍ତିକ୍ ଆର୍ଯ୍ୟନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ ସବୁବେଳେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ନିକଟରେ କାର୍ତ୍ତିକଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ଚର୍ଚ୍ଚା ଯୋର ଧରିବାର କାରଣ ହେଉଛି , ଫିଲ୍ମରୁ ବାହାର ହେବ। । ସେ କାହିଁକି ଫିଲ୍ମରୁ ବାହାର ହେଲେ ? କିଏ ତାଙ୍କୁ ବାହାର କଲା , ଏମିତି ଗୁଡାଏ ପ୍ରଶ୍ନ ନିଶ୍ଚୟ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । ଆଜ୍ଞା ହଁ, ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନଙ୍କୁ ଧର୍ମା ଫିଲ୍ମ ପ୍ରଡକ୍ସନର ଫିଲ୍ମ’ଦୋସ୍ତାନା-୨’ରୁ ବାହାର କରି ଦିଆଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ, ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । କେବଳ ଏକି୍ି ନୁହେଁ, ଏହା ସହିତ କରନ୍ ଜୋହର କାର୍ତ୍ତିକ୍ଙ୍କୁ ଇନ୍ଷ୍ଟାଗ୍ରାମ୍ରୁ ମଧ୍ୟ ଅନ୍ଫଲୋ କରି ଦେଇଛନ୍ତି ।
ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କେନ୍ଦୁପତ୍ର ତୋଳିବାକୁ ଯାଇ, ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଘଟିଛି । ରେଢାଖୋଲ ରେଞ୍ଜ ଡଇଚା ସେକ୍ସନ ଗୋପାଳପୁର ଗାଁର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ ।
ସେହି ସମୟରେ ଏକ ଦନ୍ତାହାତୀ ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ନନୀ ସମରଦା ପାଟି କରିବାର
Download Argus News App
