ଏକ୍ତା କପୁର ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘କିଛି ଏମିତି ଚାଲିଛି, ଶେଷରେ ମୁଁ ସେହି ଆକ୍ଟରଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି , ଯାହା ସହିତ ସବୁବେଳେ କାମ କରିବାକୁ ଚାହୁଁଥିଲି । ଅମିତାଭ୍ ବଚ୍ଚନ୍ ସାର୍,ଅଙ୍କଲ, ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ, ମୁଁ ଆପଣଙ୍କ ସହ କାମ କରିବାକୁ ଯାଉଛି । ‘ଗୁଡ୍ବାଏ’ ସହିତ ନୂଆ ଆରମ୍ଭ ‘ ।
ସୂଚନାଯୋଗ୍ୟ : ଅଭିନେତ୍ରୀ ରସ୍ମିକା ୨ ଏପ୍ରିଲରୁ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ସେହିପରି ଅମିତାଭ୍ ବଚ୍ଚନ୍ ୪ ଏପ୍ରିଲରୁ ସୁଟିଂରେ ଅଂଶଗ୍ରହଣ କରିବେ ।
ପ୍ରଡ୍ୟୁସର୍ ଏକ୍ତା କପୁର ଫିଲ୍ମ’ଗୁଡ୍ବାଏ’କୁ ନେଇ କହିଛନ୍ତି ଯେ, ବହୁତ୍ ଭଲ କାହାଣୀ ରହିଛି ଏଥିରେ । ଯେଉଁଥିରେ ଇମୋସନ୍ ଏବଂ ଏଣ୍ଟରଟେନମେଣ୍ଟ ଦୁଇଟି ଜିନିଷ ବରାବର ରହିଛି ।