ଆଲିଆ ଏହାର ଯବାବ ଦେଇ କହୁଛନ୍ତି ଯ, ‘ ମୁଁ କହିବି ଏହା ସତ ,କିନ୍ତୁ ମୁଁ କଣ୍ଟ୍ରୋଲ କରିବା ଶିଖୁଛି ‘ । ଆଲିଆଙ୍କର ଏହି ଭିଡିଓକୁ ଭୁମ୍ପଲା ଇନ୍ଷ୍ଟାଗ୍ରାମ ଆକାଉଂଟ ଦ୍ୱାରା ସେୟାର କରାଯାଇଛି । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ରାଗକୁ କଣ୍ଟ୍ରୋଲ କରିବା ଶିଖୁଛନ୍ତି ଆଲିଆ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ରିଲେସନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଥିବା କଥା ପ୍ରାୟତଃ ସମସ୍ତେ ଜାଣନ୍ତି । ଆଲିଆ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳେ । ସେ ସବୁବେଳେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି , ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ଆଲିଆଙ୍କର ଏକ ଭିଡିଓ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଲିଆ ତାଙ୍କର ରାଗ ଦେଖାଉଥିବା ନଜର ଆସୁଛନ୍ତି । ଏଥିରେ କିଛି ଫ୍ୟାନ୍ସ ତାଙ୍କୁ ପଚାରୁଛନ୍ତି ଯେ,’ କ୍ୟା ଆପ୍କୋ ଗୁସା ଜଲ୍ଦ୍ ଆ ଜାତା ହେ’ ?
Download Argus News App
