ନୂଆଦିଲ୍ଲୀ : ସବୁ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହୋଇ ଯାଇଛି ଅକ୍ଷୟ କୁମାର ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ । ଓଟିଟି ପ୍ଲାଟଫର୍ମ ଡିଜ୍ନୀ ହଟଷ୍ଟାରରେ ଏହା ରିଲିଜ୍ କରାଯାଇଛି । ଫିଲ୍ମ ଦେଖିବା ପରେ ଦର୍ଶକ ଏହାର ପ୍ରଶଂସା କରିବାରେ ଲାଗିଛନ୍ତି । ଲୋମ ଟାଙ୍କୁରି ଉଠିବା ଭଳି ଏଥିରେ ଦମଦାର ଅଭିନୟ କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ସହିତ କିଆରା ଆଡଭାନୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଦୁହିଁଙ୍କ ଯୋଡିକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏହା ପୂର୍ବରୁ ଏହି ଫିଲ୍ମର ଟ୍ରେଲର ଓ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଟ୍ରେଲର ରିଲିଜ୍ ହେବାର ୨୪ ଘଂଟା ମଧ୍ୟରେ ଭାରତରେ ୭୦ ମିଲିୟନ୍ ଭ୍ୟୁଜ୍ ହେବା ସହିତ, ସବୁଠାରୁ ଅଧିକ ଥର ଦେଖାଯାଇଥିବା ଫିଲ୍ମ ଟ୍ରେଲର ଭାବେ ସାବ୍ୟସ୍ତ ହୋଇଛି । ଏହା ପରେ ଏହି ଫିଲ୍ମର ‘ବମ୍ ଭୋଲେ ‘ଗୀତକୁ ନେଇ ଦର୍ଶକ ଭୁରି ଭୁରି ପ୍ରଶଂସା କରିଥିଲେ । ଟ୍ରେଲର ଓ ଗୀତ ଦେଖିବା ପରେ ବେଶ ଉତ୍ସାହର ସହ, ଫିଲ୍ମ ରିଲିଜ୍କୁ ଚାହିଁ ବସିଥିଲେ ଦର୍ଶକ । ଏଥିରେ ଅକ୍ଷୟଙ୍କ ଏକ ଭିନ୍ନ ଚରିତ୍ର ଓ ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି । ଏଥିରେ ଅକ୍ଷୟଙ୍କ ଅଭିନୟ ଯେମିତି ଦମଦାର ରହିଛି ତାଙ୍କ ଡାନ୍ସ ମଧ୍ୟ ସେମିତି ଜବରଦସ୍ତ ରହିଛି । ପ୍ରଥମେ ଏହି ଫିଲ୍ମର ନାଁ ‘ଲକ୍ଷ୍ମୀ ବମ୍’ ଥିବାବେଳେ, ପରେ ନାଁ ପରିବର୍ତନ କରାଯାଇ ଫିଲ୍ମର ନାଁ ରଖାଯାଇଛି ‘ଲକ୍ଷ୍ମୀ’ ।
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବାର ସମ୍ଭାବନା ରହିଛି। ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆଜି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଗତକାଲି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର: