ତାଙ୍କ ଦେହାନ୍ତରେ ତାଙ୍କ ପରିବାର ସମେତ, ତାଙ୍କ ପ୍ରଶଂସକ ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କହିବାକୁ ଗଲେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଗଲେ ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତା ।
ନୂଆଦିଲ୍ଲୀ : ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତା ଆଉ ନାହାଁନ୍ତି । ୧୦ ଜୁନ ମାନେ ଆଜି ତାଙ୍କର ଦେହାନ୍ତ ହୋଇଛି । ପରିବାର ସଦସ୍ୟଙ୍କ ତରଫରୁ ଏହି ସୂଚନା ଦିଆ ଯାଇଛି । ୭୭ ବର୍ଷ ବୟସରେ ସେ ଏ ଦୁନିଆଁକୁ ଅଲବିଦା କରିଛନ୍ତି । ପରିବାର ସଦସ୍ୟଙ୍କ ତରଫରୁ କୁହାଯାଇଛି ଯେ, ରାଷ୍ଟ୍ରିୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିଲେ । ପ୍ରତି ସପ୍ତାହରେ ଦୁଇ ଥର ତାଙ୍କର ଡାଇଲିସିସ୍ ହେଉଥିଲା ।
ତାଙ୍କ ଦେହାନ୍ତରେ ତାଙ୍କ ପରିବାର ସମେତ, ତାଙ୍କ ପ୍ରଶଂସକ ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କହିବାକୁ ଗଲେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଗଲେ ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତା ।