୧୮ ଘଂଟାରେ ୨୫ କିଲୋମିଟର ରାଜପଥ ନିର୍ମାଣ
ନୂଆଦିଲ୍ଲୀ : ହରିୟାଣୀ ସିଙ୍ଗର ତଥା ଡାନ୍ସର ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ମାମଲା ରୁଜୁ କରିଛି । ଦିଲ୍ଲୀ ପୋଲସର କ୍ରାଇମ୍ ବ୍ରାଞ୍ଚ ତାଙ୍କ ବିରୋଧରେ ଠକେଇ ମାମଲାରେ ଏକ ଅଭିଯୋଗ ଆଣିଛି । ଏହା ଜାଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ଏକପ୍ରକାର ଝଟକା ଲାଗିଛି ।
ଏହି ପରିସ୍ଥିତିରେ ସପନା ଚୌଧୁରୀଙ୍କୁ ଶୀଘ୍ର ପୋଲିସ୍ ନିକଟରେ ହାଜର ହେବାକୁ ପଡିବ । ପୋଲିସ୍ ଏହି ମାମଲାରେ ତାଙ୍କୁ ପଚରାଉଚୁରା କରିବ ।
ଅଭିଯୋଗକାରୀ କମ୍ପାନୀ ଅଭିଯୋଗ କରିଛି ଯେ, କାମ ମାଗିବାକୁ ଆସିଥିବା ସପନା କେବଳ ଚୁକ୍ତିନାମାକୁ ଭାଙ୍ଗି ନାହାଁନ୍ତି ବରଂ ଜଣେ କର୍ମଚାରୀଙ୍କ ସହ କଥିତ ଭାବେ କମ୍ପାନୀର କ୍ଲାଇଟ୍ସ୍୍କୁ ମଧ୍ୟ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ସପନା ଏବଂ ଅନ୍ୟମାନଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ।