ନୂଆଦିଲ୍ଲୀ : ଗୋହର ଖାନ୍ ଏବେ ତାଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଖୁବ୍ ଶୀଘ୍ର ସେ ତାଙ୍କ ବୟଫ୍ରେଣ୍ଡ ଜୈଦ୍ ଦରବାରଙ୍କୁ ବିବାହ କରିବେ । ଏବେ ଗୋହର ଓ ଜୈଦଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଏକଦମ୍ ଧୂମ୍ ମଚାଇବାରେ ଲାଗିଛି । ଏବେ ପୁଣି ଦୁହିଁଙ୍କର ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଦୁହେଁ ଏକ ଭିନ୍ନ ଅନ୍ଦାଜ୍ରେ ଡାନ୍ସ କରୁଛନ୍ତି । ତାଙ୍କର ଏହି ଭିଡିଓକୁ ଭୁମ୍ପଲା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି ।
ନିକଟରେ ଗୋହରଙ୍କର ଅନେକ ଡାନ୍ସ ଭିଡିଓ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଜୈଦ୍ ଦରବାରଙ୍କ ସହିତ ଡାନ୍ସ କରୁଥିବା ନଜର ଆସିଥିଲେ ।
ସୂଚନାଯୋଗ୍ୟ : ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ବିବାହରେ ପରିବାର ସଦସ୍ୟଙ୍କ ସମେତ, କିଛି ଘନିଷ୍ଟ ବନ୍ଧୁ ସାମିଲ ହେବେ । ବିବାହର ସମସ୍ତ କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହେବ ।