
ନୂଆଦିଲ୍ଲୀ : ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ଯୋଡି ଆଜିବି ବେଶ ଚର୍ଚ୍ଚାରେ । ବିବାହର ଏତେ ବର୍ଷ ପରେବି ତାଙ୍କର କ୍ରେଜ କମିନାହିଁ । ତାଙ୍କ ବୈବାହିକ ଜୀବନରେ ମଧ୍ୟ ଅନେକ ଉତଥାନ-ପତନ ଆସିଛି । ହେଲେ ସବୁ ସମୟକୁ ଦୁହେଁ ମିଶି ହସିହସି ସାମ୍ନା କରିଛନ୍ତି ।
ଏକ ସାକ୍ଷାତକାରରେ ସୁନୀତା କହିଛନ୍ତି ଯେ, ‘ ୩୬ ବର୍ଷ ବୈବାହିକ ଜୀବନରେ ମୁଁ ଗୋବିନ୍ଦାଙ୍କୁ ଜଣେ ଭଲ ଭାଇ,ଭଲ ପିତା, ଭଲ ସ୍ବାମୀ,ଭଲ ପୁଅ ରୂପରେ ଦେଖିଛି । ଏହା ସହିତ , ଗୋବିନ୍ଦାଙ୍କ ପରି ପୁଅ ମୋର ବି ଥାନ୍ତା କି ବୋଲି କହିଥିଲେ ସୁନୀତା । କାହିଁକି ନାଁ ,ଯେଉଁଭଳି ଭାବେ ସେ ନିଜ ମା-ବାପାଙ୍କ ସହିତ ଥିଲେ, ଏବଂ ସେମାନଙ୍କ କଥା ବୁଝୁଥିଲେ, ତାହା ଦେଖି ତାଙ୍କ ପରି ଏକ ପୁଅ ପାଇଁ ମନରେ ଇଚ୍ଛା ଜାଗ୍ରତ ହୁଏ ବୋଲି କହିଛନ୍ତି ସୁନୀତା ।
ସୂଚନାଯୋଗ୍ୟ, ଗୋବିନ୍ଦା ଓ ସୁନିତାଙ୍କ ବିବାହକୁ ୩୬ ବର୍ଷ ହୋଇ ସାରିଥିବା ବେଳେ ସେମାନଙ୍କର ଟିନା ଓ ୟଶବର୍ଦ୍ଧନ ନାମକ ପୁଅଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଟିନା ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ ବି ଖାସ୍ ସଫଳତା ପାଇପାରି ନାହାନ୍ତି।
