ନୂଆଦିଲ୍ଲୀ : ଟେଲିଭିଜନ ଅଭିନେତା ଗୁର୍ମିତ୍ ଚୌଧୁରୀଙ୍କ ଆଜି ଜନ୍ମଦିନ । ୨୨ ଫେବୃୟାରୀ ୧୯୮୭ରେ ଭାଗଲପୁର୍ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନୟ କରିବା ସହିତ ଜଣେ ଭଲ ଡାନ୍ସର ମଧ୍ୟ । ୨୦୦୮ ମସିହାରେ ଗୁର୍ମିତ୍ ଟିଭି ସିରିଜ୍ ରାମାୟଣରେ ନଜର ଆସିଥିଲେ । ଯେଉଁଥିରେ ସେ ଭଗବାନ୍ ରାମ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସହ ସୀତା ଭୂମିକାରେ ଅଭିନୟ କରିଥିଲେ ଦେବିନା ବନାର୍ଜି ।
ଦୁହିଁଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ଏବଂ କିଛି ଦିନ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୦୬ରେ ମୁମ୍ବାଇରେ ଏକ ଟାଲେଣ୍ଟ କଣ୍ଟେଷ୍ଟ ମାଧ୍ୟମରେ ଦୁହିଁଙ୍କର ପ୍ରଥମ ସାକ୍ଷାତ୍ ହୋଇଥିଲା । ଯେଉଁଠାରେ ଗୁର୍ମିତ୍ ମୁମ୍ବାଇରୁ ସିଲେକ୍ସନ ହୋଇଥିବା ବେଳେ, ଦେବିନା କେଲିକତାରୁ ସିଲେକ୍ସନ୍ ହୋଇଥିଲେ । ଏହାପରେ ଦୁହେଁ ମୁମ୍ବାଇରେ ସେତେବେଳେ ଦେଖା ହୋଇଥିଲେ ଯେତେବେଳେ, ଦେବିନା ଆକ୍ଟିଙ୍ଗ କ୍ୟାରିୟର ପାଇଁ ମୁମ୍ବାଇ ସିଫ୍ଟ ହୋଇଥିଲେ ।
ଏକ ଇଣ୍ଟରଭ୍ୟୁରେ ଦେବିନା କହିଥିଲେ ଯେ,ଗୁର୍ମିତ୍ ତାଙ୍କୁ ଏୟାରପୋର୍ଟରୁ ପିକ୍ କରିବାର ଥିଲା କିନ୍ତୁ ସେ ଧୋକା ଦେଇ ତାଙ୍କୁ ପିକ୍ କରିବାକୁ ଆସିନଥିଲେ । ଯାହାଫଳରେ ଦେବିନା ଗୁରମିତଙ୍କୁ ନାପସନ୍ଦ କରିବାରେ ଲାଗିଲେ । ଗୁରମିତଙ୍କ ବନ୍ଧୁ ଯିଏ ସେ ଦେବିନାଙ୍କ ରୁମ୍ମେଟ୍ଙ୍କୁ ଡେଟ୍ କରୁଥିଲେ । ଯାହା ଫଳରେ ଗୁରମିତ୍ ଅନେକ୍ ଥର ଦେବିନା ରହୁଥିବା ଆପାର୍ଟମେଣ୍ଟକୁ ଆସିବା ଯିବା କରୁଥିଲେ । ଯେଉଁଠାରେ ଦୁହେଁ ଦୁହିଁଙ୍କୁ ଅନେକ୍ ଥର ଭେଟିଛନ୍ତି ଏହାପରେ ଧିରେ ଧିରେ ଦୁହେଁ ଦୁହିଁଙ୍କୁ ଜାଣିବାରେ ଲାଗିଲେ ।
ପରେ ଧିରେଧିରେ ପରସ୍ପରଙ୍କୁ ପସନ୍ଦ କଲେ ଏବଂ ୧୫ ଫେବୃୟାରୀ ୨୦୧୧ରେ ଦୁହେଁ ବିବାହ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।