ନିଜ ଗୀତ ପାଇଁ ବେଶ ପରିଚିତ ଗୁରୁ । ଭିନ୍ନ ଗାୟନ ଶୈଳୀରେ ସବୁବେଳେ ସେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିଲେ।
ଫଛପଟେ ନିଆଁ ହୁଳା ହଲାଇ ସେ ନିଜର ହେୟାର ଷ୍ଟାଇଲ୍ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗୁଛି ।
ଗୁରୁ ତାଙ୍କ ଇନଷ୍ଟଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଗୁରୁ ଏକ ହୋଟେଲ ରୁମରେ ଅଛନ୍ତି ଏବଂ ଜଣେ ବ୍ୟକ୍ତି ନିଆଁରେ ତାଙ୍କର ହେୟାର କଟ କରୁଥିବା ଦେଖିବାକୁ ମିଳୁଛି । ଏହାର ବ୍ୟାକଗ୍ରାଉଣ୍ଡରେ ‘ଓ୍ବାନ୍ ନାଇଟ ଇନ୍ ଦୁବାଇ’ ଗୀତ ବାଜୁଥିବା ଶୁଣାଯାଉଛି । ହେୟାରଷ୍ଟାଇଲ କରିବା ସମୟରେ ଗୁରୁଙ୍କ ଏକ୍ସପ୍ରେସନ ଏକଦମ୍ ଜବରଦସ୍ତ ରହିଛି । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।