ବିଶେଷ ସୁତ୍ରରୁ ପ୍ରକାଶ ଯେ, ଜୟପୁରରେ ହଂସିକାଙ୍କ ବିବାହ ଆୟୋଜନ କରାଯାଇଛି। ମେହେନ୍ଦୀ ଭିଡିଓରେ ହଂସିକା ଏବଂ ତାଙ୍କ ଭାବି ସ୍ୱାମୀ ସୋହେଲ ଏକାଠି ନଜର ଆସିଛନ୍ତି। ଗୋଟିଏ ଭିଡିଓରେ କପଲ ସୋଫାରେ ବସି ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଛି। ହଂସିକା ଏବଂ ସୋହେଲ ଡିସେମ୍ବର ୪ ଅର୍ଥାତ୍ ରବିବାର ଦିନ ଜୟପୁରର ଏକ ପ୍ୟାଲେସରେ ବିବାହ କରିବେ। ଡିସେମ୍ବର ୩ରେ କାର୍ଯ୍ୟକ୍ରମ କରାଯାଇଛି। ହଂସିକାଙ୍କ ପ୍ରଶଂସକମାନେ ତାଙ୍କୁ ବ୍ରାଇଡାଲ୍ ଲୁକ୍ରେ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ସୋହେଲ ଆଇଫେଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଫଟୋ ହଂସିକା ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେବେଠାରୁ ଖବର ଆସିବାକୁ ଲାଗିଲା ଯେ ଖୁବ୍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି।