ଅର୍ଗସ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଫାଇନାଲି ସେହି ଦିନ ଆସିଗଲା। ନିଜ ମନର ରାଜକୁମାରଙ୍କୁ ସ୍ବାମୀ ରୂପରେ ପାଇ ସେ ବହୁତ ଖୁସି। ତେବେ ଆମେ କାହା କଥା କହୁଛୁ ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ। ଆମେ କହୁଛୁ ବଲିଉଡ ତଥା ସାଉଥ ଅଭିନେତ୍ରୀ ହଂସିକା ମୋଟଓ୍ବାନି ଙ୍କ କଥା। ସେ ଦିନେ ବଲିଉଡରେ ଚାଇଲ୍ଡ ଆର୍ଟିଷ୍ଟ ପାଇଁ ମଧ୍ୟ ବେଶ ଜଣାଶୁଣା ଥିଲେ। ଆଜି କିନ୍ତୁ ସେ କନ୍ୟା ହୋଇଛନ୍ତି। ସେଥିପାଇଁ ହଂସିକା ବହୁତ ଖୁସି। ନିଜର ମନର ରାଜକୁମାରଙ୍କୁ ସେ ବିବାହ ବେଦି ଉପରେ ଦେଖି ଖୁସିରେ କାନ୍ଦି ପକାଇଛନ୍ତି। ତେବେ କନ୍ୟା ବେଶରେ ହଂସିକା ଭାରି ସୁନ୍ଦରୀ ଦିଶୁଥିଲେ। ତାଙ୍କ ଶୃଙ୍ଗାରକୁ ଦେଖି ଯେ କେହି ଗୋଟିଏ ମିନିଟ ତାଙ୍କୁ ଚାହିଁ ରହିବ। ହଂସିକା ରେଡ କଲରର ଏକ ଲେହେଙ୍ଗା ପିନ୍ଧିଥିଲେ। ଏହି ଲେହେଙ୍ଗା ସହିତ ସେ ଟ୍ରାଡିଶନାଲ ଜୁଏଲାରୀ ସେଟ ସହ ବାଙ୍ଗଲସ ପିନ୍ଧିଥିଲେ। ପ୍ରେମିକ ତଥା ବୟଫ୍ରେଣ୍ଡ ସୋହେଲ ମଧ୍ୟ ହଂସିକାଙ୍କ ପାଇଁ ଏକ ଭଲ ସେରଓ୍ବାନି ପିନ୍ଧିଥିଲେ। ସୋହେଲ ମଧ୍ୟ କିଛି କମ ହ୍ୟାଣ୍ଡସମ ଦେଖାଯାଉ ନ ଥିଲେ। ବିବାହ ବେଦି ଉପରେ ସୋହେଲ ହଂସିକାଙ୍କ ମଥାକୁ କିସ କରି ନିଜର ଖୁସି ବ୍ୟକ୍ତ କରିଥିଲେ।
ନିଜ ରାଜକୁମାରଙ୍କୁ ସ୍ବାମୀ ଭାବେ ପାଇ ବହୁତ ଖୁସି। ଡିସେମ୍ବର ୪ରେ ହଂସିକା ନିଜ ଲଙ୍ଗ ଟାଇମ ରିଲେଶନସିପ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ବିବାହ କରିଛନ୍ତି। ଏହି ଯୋଡ଼ି ଜୟପୁରର ମୁଣ୍ଡୋତା କୋର୍ଟରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି କୋର୍ଟରେ ମଧ୍ୟ ମ୍ୟାରେଜ କରିଛନ୍ତି। ଏହାପରେ ଜୟପୁରର ଏକ ପ୍ୟାଲେସରେ ବୈଦିକ ରୀତିନୀତି ସହ ତାଙ୍କ ବିବାହ ହୋଇଛି। ହଂସିକା ସୋହେଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକୁ ଦେଖି ଇନଷ୍ଟା ୟୁଜର୍ସମାନେ ତାଙ୍କୁ ଢେରସାରା ଶୁଭେଚ୍ଛା ଜଣାଇଛନ୍ତି। ତେବେ ପୂର୍ବରୁ ସୋହେଲ ତାଙ୍କୁ ପ୍ୟାରିସର ଆଇଫିଲ ଟାଓ୍ବାର ନିକଟରେ ପ୍ରପୋଜ କରିଥିଲେ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ