ନୂଆଦିଲ୍ଲୀ : ଅଭିନେତ୍ରୀ Anaika sotiଙ୍କ ଆଜି ଜନ୍ମଦିନ । ୧୯୯୧ ମସିହା ଜାନୁୟାରୀ ୧୪ରେ ଉତରପ୍ରଦେଶ ଲକ୍ଷ୍ନୌରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୧୩ ରାମ୍ ଗୋପାଲ ବର୍ମାଙ୍କ ଫିଲ୍ମ ସତ୍ୟା-୨ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପରେ ସେ ବଲିଉଡ ଛାଡି ସାଉଥ୍ ଫିଲ୍ମରେ ନିଜର କ୍ୟାରିୟର କରିଥିଲେ । କିଛି ତେଲୁଗୁ ଏବଂ ତାମିଲ ଫିଲ୍ମରେ ସେ ନଜର ଆସି ସାରିଥିବା ବେଳେ , ଚଳିତ ବର୍ଷ ତାଙ୍କର ୨ଟି ତାମିଲ ଫିଲ୍ମ ରିଲିଜ୍ ହେବ ।
ରାମ୍ ଗୋପାଲ ବର୍ମା ପ୍ରଥମ ଦେଖାରେ ହିଁ , Anaika ପସନ୍ଦ କରିଥିଲେ ଏବଂ ସଙ୍ଗେସଙ୍ଗେ ତାଙ୍କୁ ତାଙ୍କର ଫିଲ୍ମ ସତ୍ୟା-୨ ପାଇଁ ଅଫର ଦେଇଥିଲେ । ହେଲେ ପ୍ରଥମେ ଅଭିନୟ ପ୍ରତି ଆଗ୍ରହ ଦେଖାଇନଥିଲେ Anaika କିନ୍ତୁ ରାମ ଗୋପାଲ ବର୍ମାଙ୍କର ପୁର୍ନବାର ଯୋଗାଯୋଗ କରିବା ପରେ, ସେ ଫିଲ୍ମ ପାଇଁ ରାଜି ହୋଇଥିଲେ । ସତ୍ୟା-୨ ପରେ ଆଉ କୌଣସି ହିନ୍ଦୀ ଫିଲ୍ମରେ ନଜର ଆସିନାହାଁନ୍ତି Anaika । ଏହାପରେ ସେ ତେଲୁଗୁ ଏବଂ ତାମିଲ ଫିଲ୍ମରେ ନଜର ଆସିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ।