Big Breaking : ଭୟଙ୍କର ଭୂମିକମ୍ପ !
ଜନ୍ମଦିନର ଶୁଭେଚ୍ଛା ! ଅର୍ଜୁନ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ଅର୍ଜୁନ କପୁରଙ୍କ ବାପା ବୋନି କପୁର ହେଉଛନ୍ତି ଜଣେ ଜଣାଶୁଣା ଫିଲ୍ମ ନିର୍ମାତା । ତାଙ୍କ ପରିବାରରେ ଅଭିନୟର ମାହୋଲ ରହିଛି । ୨୦୧୨ରେ ଅର୍ଜୁନ କପୁର ଫିଲ୍ମ’Ishaqzaade’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ବେଶ ଭଲପାଇବା ଦେଇଥିଲେ । ଏଥିରେ ତାଙ୍କ ସହିତ ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ନଜର ଅଭିନୟର ଜଲଓ୍ବା ଦେଖାଇଛନ୍ତି ଏବଂ ଦର୍ଶକଙ୍କ ଭଲପାଇବା ସହିତ , ଲୋକପ୍ରିୟତା ସାଉଣ୍ଟିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।
Download Argus News App
