୧୩ ବର୍ଷ ବୟସରେ ଆୟେଶା ମଡେଲିଙ୍ଗ ଦୁନିଆଁରେ ପାଦ ଥାପିଥିଲେ । ଫାଲ୍ଗୁନି ପାଠକଙ୍କ ଆଲବମ ଗୀତ ‘ମେରି ଚୁନର ଉଡ୍ ଉଡ୍ ଯାୟେ’ମାଧ୍ୟମରେ ବେଶ ପରିଚିତ ହୋଇଥିଲେ ଆୟେଶା । ଏହା ବ୍ୟତୀତ ସେ ଅନେକ୍ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ୧୫ ବର୍ଷ ବୟସରେ ତାଙ୍କୁ ବଲିଉଡ ଫିଲ୍ମରେ କାମ କରିବାର ଅଫର ମିଳିଥିଲା ।
ଆୟେଶାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ‘ଟାର୍ଜନ୍ ଦ ୱଣ୍ଡର କାର’ । ଏଥିପାଇଁ ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ ଆୱାର୍ଡ ଦିଆଯାଇଥିଲା । ଏହାପରେ ସେ ଅନେକ୍ ଫିଲ୍ମରେ କାମ କରିଛନ୍ତି ।
ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆୟେଶା , ଗ୍ଲାମର ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି । ସେ ତାଙ୍କର ଚେହେରାର କିଛି ପାର୍ଟ ସର୍ଜରୀ କରାଇଛନ୍ତି ବୋଲି ମଧ୍ୟ କୁହାଯାଏ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।