ନୂଆଦିଲ୍ଲୀ : ଛୋଟ ପରଦାରେ ଗୋପି ବହୁ ନାଁରେ ବେଶ ପରିଚିତ ଟେଲି ଅଭିନେତ୍ରୀ ଜିୟା ମାନେକ୍ । ଆଜି ହେଉଛି ଜିୟାଙ୍କର ଜନ୍ମଦିନ । ୧୮ ଫେବୃୟାରୀରେ ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଅହମ୍ମଦାବାଦରେ ଜନ୍ମିତ ଜିୟା ମାନେକ , ଟିଭି ଶୋ’ ‘ସାଥ୍ ନିଭାନା ସାଥିୟା’ ରେ ଗୋପି ବହୁ କ୍ୟାରେକ୍ଟର ମାଧ୍ୟମରେ ସେ ଦର୍ଶକଙ୍କ ପାଖରେ ବେଶ ପରିଚିତ ହୋଇଥିଲେ । ପରଦାରେ ଏକ୍ଦମ ସଂସ୍କାରୀ ସରଳ ନଜର ଆସୁଥିବା ଜିୟା, ଅସଲ ଜୀବନରେ ବେଶ ବୋଲ୍ଡ ଏବଂ ସୁନ୍ଦର । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
ଜିୟା ମାନେକ ଅନେକ୍ ଟିଭି ଶୋ’ରେ କାମ କରିଛନ୍ତି ସତ, ହେଲେ ତାଙ୍କୁ ଆଜିବି ଲୋକେ ଗୋପି ବହୁ ନାଁରେ ଜାଣନ୍ତି । ସେ ‘ସାଥ୍ ନିଭାନା ସାଥିୟା’ରେ ଏକଦମ୍ ସାଧାସିଧା ବହୁ ଭୂମିକାରେ ନଜର ଆସିଥିଲେ । ତାଙ୍କର ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ଦର୍ଶକ ମଧ୍ୟ ତାଙ୍କର ବେଶ ପ୍ରଶଂସା କରନ୍ତି ।
କିଛି ବର୍ଷ ଗୋପି ବହୁ ଭୂମିକାରେ ଅଭିନୟ କରିବା ପରେ , ସେ ସେହି ଶୋ’ ଛାଡି ଦେଇଥିଲେ । ଏହାପରେ ସେ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଯା’ରେ ଅଂଶଗ୍ରହଣ କରିଥିଲେ ।
ଏହାପରେ ଅନେକ୍ ଶୋ’ରେ ସେ କାମ କରିଛନ୍ତି । ବିଗତ କିଛି ସମୟଧରି ଜିୟା ଛୋଟ ପରଦା ଠାରୁ ଦୂରରେ ଅଛନ୍ତି ସତ, ହେଲେ ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । ସେ ତାଙ୍କର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଆଜିବି ତାଙ୍କ ଫ୍ୟାନ୍ସମାନଙ୍କ ମନରେ ବିଶ୍ୱାସ ଅଛି ଯେ, ଖୁବ୍ ଶୀଘ୍ର ଜିୟା ଛୋଟ ପରଦାକୁ କିଛି ବଡ ଧମାକା ନେଇ ଫେରିବେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।