ଫିଲ୍ମ ସେଟରେ ଅମିତାଭ୍ ବଚ୍ଚନ ଏବଂ ଜୟାଙ୍କର ପ୍ରଥମ ଦେଖା ହୋଇଥିଲା । ଯେଉଁଥିରେ ଦୁହେଁ ଏକାଠି କାମ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଏହାପରେ ଅଚାନକ ଦୁହିଁଙ୍କର ବିବାହ ହୋଇଥିଲା । ଅମିତାଭ୍ କହିଥିଲେ ଯେ, ଫିଲ୍ମ’ଜଞ୍ଜିର’ର ସଫଳତା ପରେ, ସବୁ ସାଙ୍ଗମାନେ ମିଶି ଲଣ୍ଡନ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ । ସେମାନଙ୍କ ସହ ଜୟା ମଧ୍ୟ ସାମିଲ ଥିଲେ । ହେଲେ ଅମିତାଭ ବଚ୍ଚନଙ୍କ ପିତାଙ୍କ ସର୍ତ୍ତରେ ଦୁହିଁଙ୍କୁ ବିବାହ କରିବାକୁ ପଡିଥିଲା ।
ଯେତେବେଳେ ଅମିତାଭ୍ଙ୍କ ପିତା ଜାଣିବାକୁ ପାଇଥିଲେ ଯେ, ଲଣ୍ଡନ ଯାଉଥିବା ସାଙ୍ଗଙ୍କ ମଧ୍ୟରେ ଜୟା ମଧ୍ୟ ସାମିଲ ଅଛନ୍ତି ,ସେତେବେଳେ ସେ କହିଥିଲେ ଯେ ଯଦି ଜୟା ମଧ୍ୟ ସାଙ୍ଗରେ ଲଣ୍ଡନ ଯିବେ , ତେବେ ଯିବା ପୂର୍ବରୁ ଦୁହିଁଙ୍କୁ ବିବାହ କରିବାକୁ ପଡିବ ।
ଏହି କାରଣରୁ ଦୁହେଁ ଲଣ୍ଡନ ଯିବା ପୂର୍ବରୁ ୩ ଜୁନ୍ ୧୯୭୩ରେ ସାଧାରଣ ବିବାହ କରିଥିଲେ । ଏହାପରେ ଲଣ୍ଡନ ଯାଇଥିଲେ । ତେବେ ଆଜି ଜୟାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।