ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା କଳାକାର ଜୟା ପ୍ରଦାଙ୍କ ଆଜି ଜନ୍ମଦିନ । ସେ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆନ୍ଧ୍ର ପ୍ରଦେଶର ରାଜାମୁଦ୍ରିରେ ଜନ୍ମିତ ଜୟା ପ୍ରଦା, ହିନ୍ଦୀ ସିନେମାରେ ଅନେକ୍ ଜବରଦସ୍ତ ହିଟ୍ ଫିଲ୍ମରେ କାମ କରିଛନ୍ତି । ଜୟା ତାଙ୍କର ସ୍କୁଲ ପଙ୍କସନରେ ପରଫର୍ମ କରୁଥିବା ସମୟରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦେଖିଥିଲେ । ଏବଂ ସେ ତାଙ୍କୁ ତାଙ୍କ ଫିଲ୍ମରେ ତାଙ୍କୁ କାଷ୍ଟ କରିବା ପାଇଁ ନିଷ୍ପତି ନେଇଥିଲେ । ସେତେବେଳେ ଜୟା ୧୨ ବର୍ଷ ବୟସର ଥିଲେ । ଆଉ ସେବେ ତାଙ୍କୁ ଏକ ଏକ ଫିଲ୍ମର ଗୀତରେ ପରଫର୍ମ କରିବା ପାଇଁ ସୁଯୋଗ ମିଳିଥିଲା । ୩ ମିନିଟର ଗୀତରେ ତାଙ୍କୁ ପରଫର୍ମ କରିବାର ଥିଲା । ସେତେବେଳେ ଜୟା ଫିଲ୍ମରେ କାମ କରିବାକୁ ନେଇ ସଙ୍କୋଚ ଅନୁଭବ କରୁଥିଲେ । କିନ୍ତୁ ତାଙ୍କ ପରିବାର ତାଙ୍କୁ କହିବା ପରେ ଏହି କ୍ଷେତ୍ରକୁ ପାଦ ବଢାଇଥିଲେ । ଏହାପରେ ସେ ଧିରେଧିରେ ଅନେକ୍ ଫିଲ୍ମରେ କାମ କରି ନିଜର ପରିଚୟ ସୃଷ୍ଟି କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।