ନୂଆଦିଲ୍ଲୀ : ବଲିଉଡ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୭୯ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ବିଭିନ୍ନ ପ୍ରକାରର ଭୂମିକାରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ୬୦ ରୁ ୯୦ ଦଶକ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ବେଶ୍ ରାଜ୍ କରୁଥିଲେ । । ପାଖାପାଖି ୨୦୦ଟି ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇଥିବା ଜିତେନ୍ଦ୍ର , ୧୨୧ଟି ହିଟ୍ ଫିଲ୍ମ ଦେଇଛନ୍ତି । ଅଭିନେତ୍ରୀ ଜୟାପ୍ରଦା,ଶ୍ରୀଦେବୀ,ନିତୁ ସିଂ,ହେମା ମାଳୀନି ଭଳି ଅନେକ୍ ଜଣାଶୁଣା ଅଭିନେତ୍ରୀଙ୍କ ସହ ସେ କାମ କରିଛନ୍ତି । ସେମାନଙ୍କ ସହ ତାଙ୍କ ଯୋଡିକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରନ୍ତି ।
୭ ଏପ୍ରିଲ ୧୯୪୨ରେ ପଞ୍ଜାବର ଅମୃତସରରେ ଜିତେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ରବି କପୁର ହେଉଛି ତାଙ୍କର ପ୍ରକୃତ ନାଁ । ବଲିଉଡରେ ସେ ଯେତିକି ସଫଳତା ହାସଲ କରିଛନ୍ତି , ସେଥିପାଇଁ ତାଙ୍କୁ ଅନେକ୍ ପରିଶ୍ରମ କରିବାକୁ ପଡିଛି । ପରମୂହୁର୍ତ୍ତରେ ସେ ତାଙ୍କ ପରିଶ୍ରମର ଫଳ ପାଇଛନ୍ତି । ସେ ତାଙ୍କ ପ୍ରତିଭା ବଳରେ ସେବେଠାରୁ ଆଜି ପର୍ଯ୍ୟନ୍ତ , ଢେରସାରା ଭଲପାଇବା ଏବଂ ଲୋକପ୍ରିୟତା ପାଇ ପାରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।