ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ବାହାରେ ଫ୍ୟାନ୍ସମାନଙ୍କର ଭିଡ ଜମିଥାଏ । ହେଲେ ଏଥର ସେ ଫ୍ୟାନ୍ସମାନଙ୍କୁ ଘର ବାହାରେ ଭିଡ ଜମାଇବାକୁ ମନା କରିଥିଲେ । ସୋସିଆଲ ମିଡିଆରେ ସେ ନିଜ ଫ୍ୟାନ୍ସମାନଙ୍କୁ ଗୁହାରି କରିଥିଲେ ଯେ, ଯଦି ସେମାନେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି, ତେବେ, ଦୟାକରି ବର୍ତ୍ତମାନର ସ୍ଥିତିକୁ ଦେଖି , ଲକଡାଉନର ସମସ୍ତ ନିୟମ ପାଳନ କରିବେ ।
ପ୍ରକାଶ ଥାଉକି, ଅଭିନେତା ଜୁନିୟର ଏନଟିଆର୍ ତାଙ୍କ ନିଖୁଣ ଅଭିନୟ ପାଇଁ, ନନ୍ଦି ଆଓ୍ବାର୍ଡ, ଆଇଫା ଆଓ୍ବାର୍ଡ, ଫିଲ୍ମଫେୟାର ବେଷ୍ଟ ତେଲୁଗୁ ଆଓ୍ବାର୍ଡ ହାସଲ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।