ମଲାଇକା ହେଉଛନ୍ତି ଜଣେ ଟ୍ରେଣ୍ଡ ଡାନ୍ସର । ୪ ବର୍ଷ ବୟସରୁ ସେ ଡାନ୍ସ ଶିଖିବା ଆରମ୍ଭ କରିଥିଲେ । ଏହାପରେ ଖୁବ୍ କମ୍ ବୟସରେ ସେ ମଡେଲିଂ ରେ ଯାଗ ଦେଇଥିଲେ । ସେ ତାଙ୍କ ଡାନ୍ସ ପାଇଁ ବେଶ ପରିଚିତ । ଅନେକ ଫିଲ୍ମରେ ସେ ଆଇଟମ ସଙ୍ଗ ଡାନ୍ସ କରିଛନ୍ତି ।
୧୯୯୩ରେ ଆଡ୍ ସୁଟରେ ମଲାଇକା ଆରୋରା ଏବଂ ଅରବାଜ୍ ଖାନଙ୍କ ଦେଖା ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ତାପରେ ୫ ବର୍ଷ ଯାଏଁ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ , ୧୯୯୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ୧୯ ବର୍ଷ ପରେ, ୨୦୧୭ରେ ଦୁହିଁଙ୍କର ଛାଡପତ୍ର ହୋଇଗଲା।
ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।