ପ୍ରଥମେ ମନ୍ଦାର ଚନ୍ଦଓ୍ବାନ୍ଦକର ଚାକିରୀ କରିଥିଲେ । ଦୁବାଇରେ ସେ ମେକାନିକାଲ ଇଞ୍ଜିନିୟର ଥିଲେ । ଏହାପରେ ସେ ୨୦୦୦ରେ ସେ ଚାକିରୀ ଛାଡି ଦେଇଥିଲେ । ଏହାପରେ ସେ ଥିଏଟର ଏବଂ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ଏହା ପରଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେରସାରା ଶୁଭକାମନା ।
ଆଜି mandar chandwadkarଙ୍କ ଜନ୍ମଦିନ

ନୂଆଦିଲ୍ଲୀ : ଆଜି ଅଭିନେତା mandar chandwadkarଙ୍କ ଜନ୍ମଦିନ । ୨୭ ଜୁଲାଇରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା, ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଟେଲି ଧାରାବାହିକ ‘ତାରକ୍ ମେହେତା କା ଉଲଟା ଚଷମା’ରେ ସେ ନିଜ ଚରିତ୍ରକୁ ନେଇ ବେଶ ଲୋକପ୍ରିୟ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ କିଛି ଧାରାବାହିକ ଏବଂ ମରାଠୀ ନାଟକରେ କାମ କରିଛନ୍ତି ।
Download Argus News App
