ହାଇଦ୍ରାବାଦରେ ନନ୍ଦମୁରୀ ତାଙ୍କର ପାଠପଢା ସାରିଥିଲେ । ଏହାପରେ ସେଠାରେ ହିଁ ସେ ଫିଲ୍ମ ଦୁନିଆଁ ସହିତ ପରିଚିତ ହୋଇଥିଲେ ।
୨୨ ବର୍ଷ ବୟସରେ ସେ ବସୁନ୍ଧରା ଦେବୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।
ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ଜଗତର ଜଣାଶୁଣା ଅଭିନେତା Nandamuri Balakrishnaଙ୍କ ଆଜି ଜନ୍ମଦିନ । ୧୦ ଜୁନ ମାନେ ଆଜି ସେ ତାଙ୍କର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ସେ ତାଙ୍କ କ୍ୟାରିୟରରେ ଏବେ ଯାଏଁ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତିନି ଥର ନନ୍ଦୀ ଆଓ୍ବାର୍ଡ ଜିତିଛନ୍ତି ଅଭିନେତା ନନ୍ଦମୁରୀ । ତାଙ୍କ ପରିବାର ଆରମ୍ଭରୁ ହିଁ ତେଲୁଗୁ ଫିଲ୍ମରେ ସକ୍ରିୟ ରହିଛନ୍ତି । ସେ ଅନେକ ସୁପରହିଟ ତେଲୁଗୁ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ନିଜ ପ୍ରତିଭା ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ । କେତେବେଳେ ସେ ଦର୍ଶକଙ୍କୁ ହସାନ୍ତି ତ, କେତେବେଳେ କନ୍ଦାନ୍ତି । ଆଉ ପୁଣି ଆକ୍ସନରୁ ନେଇ ରୋମାନ୍ସ ଯାଏଁ, ସବୁ ପ୍ରକାର ଚରିତ୍ର ନିଭାଇ ସେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।