ନୂଆଦିଲ୍ଲୀ : ଆଜି ରଣଧୀର କପୁରଙ୍କ ଜନ୍ମଦିନ । ସେ ଆଜି ତାଙ୍କର ୭୪ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ୧୪ ଫେବୃୟାରୀ ସଂଧ୍ୟାରେ କପୁର ପରିବାରରେ ଜନ୍ମଦିନ ଡିନରର ଆୟୋଜନ କରାଯାଇଥିଲା । ଏଥିପାଇଁ କପୁର ପରିବାର ଏବଂ ତାଙ୍କ ସହ ଜଡିତ ଥିବା ଖାସ୍ ଲୋକ, ଚେମ୍ବୁର୍ ସ୍ଥିତ ରାଜ କପୁରଙ୍କ ବଙ୍ଗଳାରେ ଏକାଠି ହୋଇଥିଲେ ।
ସେଠାରେ ପ୍ରେଗନେଟ ଥିବା କରୀନା କପୁର ,ସୈଫ୍ ଅଲ୍ଲୀ ଖାନ୍ଙ୍କ ସମେତ ତାରା ସୁତାରିଆ ଏବଂ ତାଙ୍କ ବୟଫ୍ରେଣ୍ଡ ଆଦର ଜୈନ ,ଆଲିଆ ଭଟ୍ଟ, ରଣବୀର କପୁର ସାମିଲ ହୋଇଥିଲେ ।
କିନ୍ତୁ ଏହି ପାର୍ଟି ପୂର୍ବଭଳି ନଥିଲା । ପୂର୍ବଭଳି ହସଖୁସି ନଥିଲା । ପ୍ରକାଶ ଥାଉକି, ରାଜ କପୁରଙ୍କ ୩ ପୁଅ ମଧ୍ୟରୁ,ଋଷି କପୁର ଏବଂ ରାଜୀବ୍ କପୁରଙ୍କ ଦେହାନ୍ତ ହୋଇଛି । ରାଜୀବ କପୁରଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ରଣଧୀର କପୁର । ତାଙ୍କୁ ଏପରି ପରିସ୍ଥିତିରୁ ବାହାର କରିବା ପାଇଁ କପୁର ଖାନଦାନର ସବୁ ସଦସ୍ୟ ,ତାଙ୍କ ଘରେ ପହଞ୍ଚିଥିଲେ । ତେବେ ଆଜି ରଣଧୀର କପୁରଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।