ରିଙ୍କି ଫିଲ୍ମ’ପ୍ୟାର ମେଁ କଭି କଭି’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୯ରେ ଏହା ରିଲିଜ୍ ହୋଇିଥିଲା । ଏହାପରେ ସେ ଗୋବିନ୍ଦାଙ୍କ ସହ ସହ ଫିଲ୍ମ’ଜିସ୍ ଦେଶ ମେଁ ଗଙ୍ଗା ରେହେତା ହେ’ରେ ସେ କାମ କରିଥିଲେ । ବଲିଉଡରେ ସେ ମାତ୍ର ୪ ବର୍ଷ କାମ କରିଥିଲେ । ୪ ବର୍ଷରେ ସେ ୯ଟି ଫିଲ୍ମରେ କାମ କରିଥିଲେ । ଏହାପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସି ନାହାଁନ୍ତି ।
ହିନ୍ଦୀ ଫିଲ୍ମ ବ୍ୟତୀତ ସେ କିଛି ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ସେ ହିନ୍ଦୀ ଓ ଇଂରାଜୀ ଭାଷାରେ କିଛି ନାଟକରେ ମଧ୍ୟ କାମ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।