ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରିକା ହାସନ ନିଜ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ଦିନର ଫିଲ୍ମ କ୍ୟାରିୟର ଭିତରେ, ସେ ଅନେକ ଅଭିନେତାଙ୍କ ସହ କାମ କରିଛନ୍ତି ଏବଂ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଅଭିନୟ ସହିତ ସେ ତାଙ୍କର ସୁନ୍ଦରତା ଓ ଗ୍ଲାମରସ ଅନ୍ଦାଜକୁ ନେଇ ମଧ୍ୟ ବେଶ ପରିଚିତ । ତେବେ ଆଜି ହେଉଛି ସାରିକା ହାସନଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
ସାରିକା ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ସେତେବେଳେ ସାଉଥ ସୁପରଷ୍ଟାର କମଲ ହାସନଙ୍କ ସହିତ ଭେଟ ହୋଇଥିଲା । ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ କମଲ ହାସନ ଏବଂ ତାଙ୍କ ପତ୍ନୀ ବାଣୀଙ୍କ ମଧ୍ୟରେ ଛାଡପତ୍ରର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ୧୯୮୮ରେ କମଲ ହାସନ ଏବଂ ସାରିକା ହାସନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ଏବଂ ୨୦୦୪ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।