ନୂଆଦିଲ୍ଲୀ : ହିନ୍ଦୀ ଫିଲ୍ମ ’ଚକ୍ଦେ ଇଣ୍ଡିଆ’, ‘ବିଏପାସ୍’ ଭଳି ଫିଲ୍ମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶିଳ୍ପା ଶକ୍ଳା ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରରେ ରହିଛନ୍ତି । ଥିଏଟର,ଟେଲିଭିଜନ୍ ଏବଂ ଫିଲ୍ମ ମାଧ୍ୟମରେ ସେ ଅଭିନୟ ସହ ଯୋଡି ହୋଇଛନ୍ତି ।
ଶିଳ୍ପା ଶୁକ୍ଳା ୨୨ ଫେବୃୟାରୀ ୧୯୮୨ରେ ବିଶାଲିରେ ଜନ୍ମଗ୍ରହଣ କରିଥିଲେ । ଶିଳ୍ପାଙ୍କ ବାପା-ମା’ ଦୁହେଁ ହେଉଛନ୍ତି ସରକାରୀ କର୍ମଚାରୀ । ଶିଳ୍ପା ବିଶାଲିରେ ପଢାପଢି କରିଥିଲେ । କିନ୍ତୁ ଦିଲ୍ଲୀ ସିଫ୍ଟ ହେବାପରେ, ସେ ଦିଲ୍ଲୀ ୟୁନିଭର୍ସିଟିରେ ଗ୍ରାଜୁଏସନ୍ ଏବଂ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।
ଶିଳ୍ପା ଥିଏଟର,ଟିଭି ଏବଂ ବଲିଉଡରେ କାମ କରିଛନ୍ତି । ସେ ଥିଏଟର ଏବଂ ଦୁରଦର୍ଶନରେ କିଛି ସିରିଏଲରେ କାମ କରିବା ପରେ, ଫିଲ୍ମରେ ଛୋଟମୋଟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୬ ବର୍ଷ ବୟସରେ ସେ ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ । ୨୦୦୩ରେ ସେ ପାକିସ୍ତାନି ଫିଲ୍ମ’ଖାମୋସ୍ ପାନି’ ମାଧ୍ୟମରେ ନିଜର ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ସେ ୨୦୦୫ରେ ଫିଲ୍ମ’ହଜାରୋଁ ଖ୍ୱାଇସୋ’ ମାଧ୍ୟମରେ ବଲିଉଡରେ ସେ ଡେବ୍ୟୁ କରିଥିଲେ ।
ଏହାପରେ ସେ ଫିଲ୍ମ’ଚକଦେ ଇଣ୍ଡିଆ’ ରେ ନଜର ଆସିଥିଲେ । ଏବଂ ସେଥିରେ ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଥିଲେ । ଏହାପରେ ସେ ଫିଲ୍ମ’ବିଏପାସ୍’ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ମଧ୍ୟ ପାଇଥିଲେ ।
କେବଳ ଏତିକି ନୁହେଁ , ଏହାପରେ ଆହୁରି ଅନେକ୍ ଫିଲ୍ମରେ ନିଜ ଅଭିନୟ ପ୍ରଦର୍ଶନ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।