ଶ୍ରଦ୍ଧା କପୁର ମୁମ୍ବାଇରେ ତାଙ୍କର ସ୍କୁଲ ପାଠପଢା ଶେଷ କରିଥିଲେ । ଏହାପରେ ୟୁଏସ୍ଏ ଯାଇଥିଲେ ସେଠାରେ ସ୍ନାତକ କରିବା ପାଇଁ । ହେଲେ ସେଠାରେ ସେ ସ୍ନାତକ ପାଠପଢା ଅଧାରୁ ଛାଡି, ଅଭିନେତ୍ରୀ ହେବାର ନିଷ୍ପତି ନେଇଥିଲେ । ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ, ଜଣେ ଭଲ ସିଙ୍ଗର ଏବଂ ଡାନ୍ସର ମଧ୍ୟ । ବହୁତ୍ କମ୍ ବୟସରୁ ସେ ଗୀତ ଏବଂ କବିତା ଲେଖି ଆସୁଛନ୍ତି । କେବଳ ଏତିକି ନୁହେଁ ,ଏହା ସହିତ ସେ ଭଲ ସ୍କେଚିଙ୍ଗ୍ ଏବଂ ପେଟିଂ ମଧ୍ୟ କରିପାରନ୍ତି ।
ତେବେ ଶ୍ରଦ୍ଧା କପୁର ୨୦୧୦ରେ ଫିଲ୍ମ’ତିନ୍ ପତି’ ମାଧ୍ୟମରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଫିଲ୍ମଟି ଫ୍ଲପ୍ ହୋଇଥିଲା । ଯାହାଫଳରେ ସେତେବେଳେ ସେ ପରିଚିତ ହୋଇପାରିନଥିଲେ ।
ଏହାପରେ ସେ ଆଉ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ ହେଲେ, ସଫଳତା ପାଇପାରି ନଥିଲେ । ଏହାପରେ ସେ ୨୦୧୩ରେ ଫିଲ୍ମ’ଆଶିକି ୨’ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବ୍ଲକବଷ୍ଟର ମଧ୍ୟ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଆଦିତ୍ୟ ରାୟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟେ ପରେ ଗୋଟେ ହିଟ୍ ଫିଲ୍ମରେ ସେ ନିଜର ଅଭିନୟର ଯାଦୁ ଦେଖାଇ ଚାଲିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।