ସହାୟତା ଅପେକ୍ଷାରେ ଅକ୍ଷୟ ...
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି ଜନ୍ମଦିନ । ୧୯୮୫ ମସିହା ଜାନୁୟାରୀ ୧୬ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ବେଶ ପରିଚିତ ହୋଇ ପାରିଛନ୍ତି । ଦିଲ୍ଲୀରେ ପାଠପଢା ଶେଷ କରିବା ପରେ, ମଡେଲିଙ୍ଗ କରିବାର ନିଷ୍ପତି ନେଇଥିଲେ ସେ । ମଡେଲିଙ୍ଗ୍ ମାଧ୍ୟମରୁ ସେ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଙ୍ଗରେ ପାଦ ଥାପିବା ପରେ, ଖୁବ୍ ଶୀଘ୍ର ଫିଲ୍ମ ଦୁନିଆଁରେ ମଧ୍ୟ ପାଦ ଥାପିଥିଲେ ସିଦ୍ଧାର୍ଥ । ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିଥିଲେ । ଏହାପରେ ସେ ଅନେକ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।