୨୦୧୦ରେ ବଲିଉଡରେ ଫିଲ୍ମ’ ଦବଙ୍ଗ’ ମାଧ୍ୟମରେ ପାଦ ଥାପିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଆଉ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନାକ୍ଷୀ । ଫିଲ୍ମ ଦୁନିଆଁରେ ପାଦ ଥାପିବା ବୂର୍ବରୁ ସେ ବହୁତ୍ ମୋଟି ଥିଲେ । ହେଲେ ଫିଲ୍ମ ଦୁନିଆଁରେ ପାଦ ଥାପିବା ପାଇଁ ସେ ବହୁତ୍ ପରିଶ୍ରମ କରିଥିଲେ। ଏଥିପାଇଁ ସେ ସ୍ବିମିଂ,ଯୋଗ ଏସବୁ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ଆଉ ଆଜି ସେ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ହୋଇ ରହିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।