ସୋନୁ ସୁଦ୍ ନିଜର ପାଠପଢା ସାରିବା ପରେ, ଇଞ୍ଜିନିୟରିଂ ପାଇଁ ନାଗପୁର ଆସିଥିଲେ । ଏଠାକୁ ଆସିବା ପରେ ତାଙ୍କର ଅଭିନୟ ପ୍ରତି ରୁଚି ବଢିଥିଲା । ଏହାପରେ ସେ ଅଭିନୟରେ ପ୍ରବେଶ କରିଥିଲେ । ଆଉ ଆଜି ସେ ନିଜ ପ୍ରତିଭା ବଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
କେବଳ ହିନ୍ଦୀ ଫିଲ୍ମ ନୁହେଁ , ବରଂ ସେ ତେଲୁଗୁ, କନ୍ନଡ ଏବଂ ତାମିଲ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି ।
୧୯୯୬ରେ ସୋନୁ ସୁଦ୍ ସୋନାଲିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ପତ୍ନୀଙ୍କର ଫିଲ୍ମ ଦୁନିଆଁ ସହ କୌଣସି ସମ୍ପର୍କ ନାହିଁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଅର୍ଗସ୍ ପରିବାର ତରଫରୁ ତାଙ୍କୁ ଢେରସାରା ଶୁଭକାମନା ।