ଗାଡି କିଣିବାକୁ ବେଶ ପସନ୍ଦ କରନ୍ତି ସୁରଭି । ସେ ତାଙ୍କ ବିଏମଡବ୍ଲ୍ୟୁରେ ଯିବା ଆସିବା କରିବାକୁ ବହୁତ୍ ଭଲ ପାଆନ୍ତି । ଏହା ବ୍ୟତୀତ ସେ, ଡ୍ରେସ ଓ ଗହଣା କିଣାକିଣିରେ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୁରଭି ଚନ୍ଦନା । ସବୁବେଳେ ସେ ତାଙ୍କର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ୍ ନୁହଁନ୍ତି । ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।