ନୂଆଦିଲ୍ଲୀ : ୧୯ ଏପ୍ରିଲ ୧୯୪୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ସୁରେଖା ସିକ୍ରୀ , ବଡ ପରଦାରୁ ଆରମ୍ଭ କରି ଛୋଟ ପରଦା ଯାଏଁ , ସବୁଠି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଏବଂ ସିରିଏଲ ବ୍ୟତୀତ ସୁରେଖା ଥିଏଟରରେ ମଧ୍ୟ କାମ କରିଛନ୍ତି । ସେ ୧୯୭୮ରେ ଏକ ପଲିଟିକାଲ ଡ୍ରାମା ଫିଲ୍ମ’Kissa Kursi Ka’ ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ହିନ୍ଦୀ ଫିଲ୍ମ ବ୍ୟତୀତ ସେ ମଲାୟାଲମ୍ ଫିଲ୍ମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।
ସୁରେଖା ବଡ ପରଦାରେ ତ ଅନେକ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଟେଲି ଦୁନିଆଁରେ ମଧ୍ୟ କିଛି କମ୍ ଯାଦୁ ଦେଖାଇ ନାହାଁନ୍ତି ସୁରେଖା । ଅନେକ୍ ଟେଲି ସିରିଏଲରେ ସେ ଦାଦି ମା’ କ୍ୟାରେକ୍ଟର ପ୍ଲେ କରୁଥିବା ଦେଖିବାକୁ ମିଳନ୍ତି ।
କେବଳ ସିରିଏଲ୍ ନୁହେଁ , ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଜନ୍ମଦିନର ଅନେକ୍ ଅନେକ୍ ଶୁଭକାମନା ।