ସୂଚନାଯୋଗ୍ୟ : ସୁସ୍ମିତା ରିନିଙ୍କୁ ୨୦୦୦ରେ ଓ ଅଲିଶାଙ୍କୁ ୨୦୧୦ରେ ଆପଣାଇଥିଲେ । ରିନିଙ୍କୁ ଆପଣାଇବା ସମୟରେ ସୁସ୍ମିତା ୨୫ ବର୍ଷର ଥିଲେ ।
ହାପି ବାର୍ଥ ଡେ ସୁସ୍ମିତା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଆଜି ୪୫ତମ ଜନ୍ମଦିନ । ୧୯୭୫ ମସିହା ୧୯ ନଭେମ୍ବରରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ହାଇଦ୍ରାବାଦର ଏକ ବେଙ୍ଗୋଲି ବୈଦ୍ୟବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୁସ୍ମିତାଙ୍କ ବାପା, ଭାରତୀୟ ବାୟୂ ସେନାରେ ୱିଙ୍ଗ୍ କମାଣ୍ଡର ଥିଲେ ଏବଂ ତାଙ୍କର ମା ଜ୍ୱେଲେରୀ ଡିଜାଇନର ଥିଲେ । ସୁସ୍ମିତା ଅଭିନୟ ଦୁନିଆଁରେ ନାଁ କମାଇବା ସହିତ, ସେ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି । ସୁସ୍ମିତା ଜଣେ ସିଙ୍ଗଲ ପ୍ୟାରେଣ୍ଟସ୍ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ସେ ଦୁଇ ଝିଅ ରିନି ଓ ଅଲିଶାଙ୍କୁ ଆପଣାଇ ନେଇଛନ୍ତି ।
Download Argus News App
