Trisha ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ସେ ବ୍ୟୁଟି କଣ୍ଟେ ଷ୍ଟରେ ଅଂଶ ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ, ଏହା ସହିତ ସେ ମିସ୍ ଚେନ୍ନାଇର ଖିତାବ୍ ମଧ୍ୟ ଜିତିଥିଲେ । ଏହି ଖିତାବ୍ ଜିତିବା ପରେ Trisha ଫାଲଗୁନି ପାଠକ୍ଙ୍କ ଆଲବମ୍ ସଙ୍ଗ୍’ମେରୀ ଚୁନର ଉଡ୍ ଉଡ୍ ଯାୟେ’ରେ ସହ ଅଭିନେତ୍ରୀ ଭାବେ ନଜର ଆସିଥିଲେ । ଏହି ଗୀତଟିକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।
୨୦୦୨ରେ Trisha ଫିଲ୍ମ’ Mounam Pesiyadhe’ରେ ହିରୋଇନ୍ ଭାବେ ପ୍ରବେଶ କରିଥିଲେ । ଏହାପରେ ଅନେକ୍ ଫିଲ୍ମରେ ସେ କାମ କରିଛନ୍ତି ।
ତାମିଲ ସିନେମା ପରେ ସେ, ତେଲୁଗୁ ସିନେମାରେ ମଧ୍ୟ ପାଦ ଥାପିଥିଲେ । ଏହାପରେ ସେ ବଲିଉଡରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।