ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ, ମଲାୟାଲମ ଆଦି ଫିଲ୍ମରେ ସେ କାମ କରିଛନ୍ତି । ତୁଲିପ ତାଙ୍କର ପାଠପଢା ଶେଷ କରିବା ପରେ ୨୦୦୦ରେ ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ । ହେଲେ ସେଠାରେ ସେ ସଫଳତା ହାସଲ କରି ପାରି ନଥିଲେ । ହେଲେ ବଲିଉଡରେ ତାଙ୍କର ଆରମ୍ଭ ବହୁତ୍ ଭଲ ରହିଥିଲା । ୨୦୦୨ରେ ଫିଲ୍ମ’ମେରେ ୟାର କି ସାଦି ହେ’ ମାଧ୍ୟମରେ ସେ ପ୍ରବେଶ କରିଥିଲେ ।
ଏଥିରେ ତାଙ୍କ ସହିତ ଜିମ୍ମି ସେରଗିଲ ,ଉଦୟ ଚୋପ୍ରା ଏବଂ ବିପାଶା ବସୁ ମଧ୍ୟ ନଜର ଆସିଥିଲେ । ଏହାପରେ ସେ ଆଉ କିଛି ଫିଲ୍ମରେ କାମ କରିଥିଲେ ସତ, ହେଲେ ଅଧିକ ଦିନ ଧରି ତାଙ୍କର ଏହି ଯାତ୍ରା ଜାରି ରହି ନଥିଲା ।