ନୂଆଦିଲ୍ଲୀ : ନିଜର ଅନ୍ଦାଜ୍ରେ ଦର୍ଶକଙ୍କୁ ଦିୱାନା କରୁଥିବା ବଲିଉଡ ଅଭିନେତ୍ରୀ warina hussainଙ୍କ ଆଜି ଜନ୍ମଦିନ । ୱରିନାଙ୍କର ପିଲାବେଳୁ ହିଁ ଫିଲ୍ମରେ କାମ କରିବାର ସଉକ୍ ରହିଥିଲା । ସେ ତାଙ୍କର ସ୍ୱପ୍ନ ସାକାର କରିବା ପାଇଁ , ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପରଫର୍ମିଙ୍ଗ୍ ଆକ୍ଟରେ ଗ୍ରାଜୁଏସନ୍ କରିଥିଲେ । କିଛି ମ୍ୟୁଜିକ୍ ଭିଡିଓରେ କାମ କରିବା ପରେ, ତାଙ୍କୁ ସଲ୍ମାନ୍ ଖାନଙ୍କ ପ୍ରଡକ୍ସନର ଫିଲ୍ମ’Loveyatri ’ରେ କାମ କରିବାର ସୁଯୋଗ ମିଳିଥିଲା ।
ବରିନା ଫିଲ୍ମ ‘Loveyatri ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ସେଥିରେ ତାଙ୍କ ସହିତ ଆୟୁଷ ଶର୍ମା ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମକୁ ସଲମାନ୍ ଖାନ୍ ପ୍ରଡ୍ୟୁସ୍ କରିଥିଲେ । ଫିଲ୍ମ’ଦବଙ୍ଗ ୩’ର ଗୀତ ମୁନ୍ନା ବଦନାମ୍ ହୁଆରେ ସଲମାନ୍ ଖାନଙ୍କ ସହ ମଧ୍ୟ ସେ ନଜର ଆସି ସାରିଛନ୍ତି ।
ବଲିଉଡ ଫିଲ୍ମରେ କାମ କରିବା ସହିତ, ସେ ଖୁବ୍ ଶୀଘ୍ର ଦକ୍ଷୀଣ ଭାରତୀୟ ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଖବର ମୁତାବିକ୍, ସେ ଦକ୍ଷୀଣ ଭାରତୀୟ ଫିଲ୍ମରେ ସାଇନ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସେ କୌଣସି ବଡ ପ୍ରୋଜେକ୍ଟର ଘୋଷଣା କରିପାରନ୍ତି ।
ସେ ଏମିତି ଜଣେ କଳାକାର, ଯିଏ ଧିରେଧିରେ ସଫଳତାର ପାହାଚ ଚଢୁଥିବା ଦେଖିବାକୁ ମିଳୁଛି । ଅଭିନୟ ସହିତ ଫ୍ୟାଶନ ସେନ୍ସକୁ ନେଇ ମଧ୍ୟ ସେ ବେଶ ଜଣାଶୁଣା । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।