ଆଧୁନିକତାର ଛାପରେ ସଜେଇ ହେବ ଓଲିଉଡର ଏନ୍ତୁଡିଶାଳ
ଭୁବନେଶ୍ୱର : ପ୍ରେମୀଯୁଗଳଙ୍କ ପାଇଁ ଫେବୃୟାରୀ ମାସ ସବୁଠାରୁ ଖାସ୍ ହୋଇଥାଏ । ସବୁ ପ୍ରେମୀଯୁଗଳ ମାନେ ଏହି ମାସକୁ ଚାହିଁ ବସିଥାନ୍ତି । ମନର ମଣିଷ ପାଇଁ ମନରେ ଥିବା ଅନାବିଳ ପ୍ରେମକୁ ପରିପ୍ରକାଶ କରି, ଏକଦମ୍ ଖାସ୍ ଅନ୍ଦାଜରେ ଏହି ଭାଲେଣ୍ଟାଇନ୍ ସପ୍ତାହକୁ ସେଲିବ୍ରେଟ କରିବା ପାଇଁ । ତେବେ ଆଜି ହେଉଛି ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ମିଠାଦିନ ମାନେ ତୃତୀୟ ଦିନ, ଚକୋଲେଟ ଡେ’ । ଆଜି ଦିନରେ ସମସ୍ତେ ନିଜ ମନର ମଣିଷକୁ ଚକୋଲେଟ ଖୁଆଇବା ସହିତ ଚକୋଲେଟ ଗିଫ୍ଟ କରି, ନିଜ ସମ୍ପର୍କରେ ମଧୁରତା ଭରିଦିଅନ୍ତି । ଏହି ଚକୋଲେଟ ଡେ’ରେ କିଏ ଚକୋଲେଟ ପ୍ୟାକେଟ ଗିଫ୍ଟ କରୁଛି ତ ,ପୁଣି କିଏ ଚକୋଲେଟ ବୁକେ,ଚକୋଲେଟ କାର୍ଡ ଏମିତି ବହୁତ୍ କିଛି । ଏହି ସପ୍ତାହକ ସାରା ସତେ ଯେପରି , ପ୍ରେମିଯୁଗଳଙ୍କ ଆଖିରୁ ନିଦ ହଜି ଯାଇଥାଏ । ପ୍ରେମ ସପ୍ତାହର ପ୍ରତିଟି ଦିନକୁ ଖାସ୍ କରିବାକୁ କେତେ କ’ଣ ସର୍ପ୍ରାଇଜ୍ ପ୍ଲାନ କରନ୍ତି ସମସ୍ତେ ।