ଭୁବନେଶ୍ୱର : ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଉଛି ପ୍ରମିଜ୍ ଡେ’ । ରୋଜ୍ ଡେ, ପ୍ରପୋଜ ଡେ’, ଚକୋଲେଟ ଡେ’, ଟେଡି ଡେ’ ପରେ ଆଜି ହେଉଛି ପ୍ରମିଜ୍ ଡେ’ । ପ୍ରମିଜ୍ କରି ପ୍ରମିଜ୍ ରଖିବା ସବୁଠାରୁ ଜରୁରୀ । ଏହି ଦିନରେ ପ୍ରେମିଯୁଗଳମାନେ ପରସ୍ପରଙ୍କୁ ପ୍ରମିଜ୍ କରିଥାନ୍ତି । ସାରା ଜୀବନ ଭଲପାଇବା, ନିଃସ୍ୱାର୍ଥପର ଭାବେ ଭଲପାଇବା, ସବୁ ପରିସ୍ଥିତିରେ ସାଥି ହୋଇ ରହିବା ଭଳି ପ୍ରମିଜ୍ କରିଥାନ୍ତି ପ୍ରେମୀଯୁଗଳ । ଭଲପାଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଟ ହେଉଛି ବିଶ୍ୱାସ । ବିଶ୍ୱାସ ଥିବା ଭଲପାଇବାରେ ନିବିଡତା ବଢିଥାଏ । ଆଉ ଯେଉଁ ଭଲପାଇବାରେ ବିଶ୍ୱାସ ନଥାଏ, ସେ ସମ୍ପର୍କରେ ଅନେକ୍ ଅଶାନ୍ତି ସୃଷ୍ଟି ହୋଇଥାଏ । ତେଣୁ ଏହି ବିଶ୍ୱାସକୁ ନିଜ ମନର ମଣିଷ ମନରେ ଜାଗ୍ରତ କରିବା ପାଇଁ ପ୍ରମିଜ୍ କରିଥାନ୍ତି ଉଭୟେ ।
ପ୍ରକୃତ ଭଲପାଉଥିବା ପ୍ରେମିଯୁଗଳ ସବୁବେଳେ ଦୁହେଁ ଦୁହିଁଙ୍କ ଛାଇ ହୋଇ ରହିବା ଜରୁରୀ । ଜଣେ ଅନ୍ୟ ଜଣଙ୍କର ସାହାରା ହେବା ଆବଶ୍ୟକ । ଦୁହେଁ ଦୁହିଁଙ୍କ ବାହୁ ବନ୍ଧନ ତଳେ, ନିଜକୁ ସୁରକ୍ଷିତ ଅନୁଭବ କରିବା ଦରକାର । ଏହି ପ୍ରମିଜ୍ ଡେ’ରେ ସବୁ ପ୍ରେମିଯୁଗଳ ମାନେ, ନିଜ ମନର ମଣିଷ ପାଖରେ କିଛି ନାଁ କିଛି ପ୍ରମିଜ୍ କରିଥାନ୍ତି ।